ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, ଓଡ଼ିଶା ଦ୍ଵାରା ଗୁଟୁଖା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, ଓଡ଼ିଶା ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼  ଦ୍ଵାରା ଗୁଟୁଖା ମୁକ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଅଛି । ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ଏହି କାର୍ଯକ୍ରମକୁ , ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ  ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼  ପରିଚାଳନା କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହିତ, ଅତିଥିମାନଙ୍କୁ ସ୍ଵାଗତ ଏବଂ  ସଭାର ଆଭିମୁଖ୍ୟ ଉପରେ ସଚିବ ବିଶଦ ଆଲୋଚନା କରିଥିଲେ ।ଅତିତିକ୍ତ ଦୌରାଜଜ  ରିଜା ରାୟ , ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ମୂଖ୍ୟ ବିଚାର ବିଭାଗୀୟ ବିଚାରପତି ସ୍ମୃତିସ୍ନିଗ୍ଧା ଦାସ ଏବଂ ମହିଳା କୋର୍ଟ ବିଚାରପତି  ସ୍ଵୟଂପ୍ରଭା ଆଚାର୍ଯ୍ୟ ବିଷୟ ବସ୍ତୁ ଉପରେ  ଆଭିମୁଖ୍ୟ ପ୍ରଦାନ କରିଥିଲେ । କୋର୍ଟ ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ ଏବଂ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ପ୍ରକଳ୍ପ ଅଧିକାରୀ  ପୂଜା ପ୍ରଭାତୀତା ପଣ୍ଡା, ପ୍ରକଳ୍ପ ସଂଯୋଜିକା ଡ଼ଃ ଶୁଭଲକ୍ଷ୍ମୀ ବଳ ଓ ଜାତୀୟ ନିଶା ନିବାରଣ ସଂସ୍ଥାର ଓଡ଼ିଶା ରାଜ୍ୟ ସ୍ଵତନ୍ତ୍ର ଅଧିବକ୍ତା ପ୍ରଶାନ୍ତ ପଟ୍ଟନାୟକ ତଥ୍ୟ ଭିତ୍ତିକ ତର୍ଜମା କରିଥିଲେ । ଗ୍ରାମୀଣ ଆଇନ ସହାୟତା କର୍ମୀ , ସାମାଜିକ ସ୍ଵେଚ୍ଛାସେବୀ , ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ସଚେତନ ହୋଇଥିଲେ ।   ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ  ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସମସ୍ତଙ୍କୁ ଶପଥ ପାଠ  କରାଇଥିଲେ । ଗ୍ରାମୀଣ ଆଇନ ସହାୟତା କର୍ମୀମାନେ ଗୁଟୁଖା ମୁକ୍ତ ସମାଜର ବାର୍ତ୍ତାବହ ସାଜି ସମାଜ ସୁଧାରରେ ଅବତୀର୍ଣ୍ଣ ହୋଇପାରିବେ ।  ଛାତ୍ରୀ ବିଦ୍ୟା ବିଦିତା ମହାନ୍ତି ଏବଂ ଆଲିସା ସିଂ ଆଲୋଚନା ଚକ୍ରର ମର୍ମ  ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ  ପ୍ରମିଳା ମଲିକ,   ଗଦାଧର ବିଶ୍ଵାଳ,  ପବନ କୁମାର ବେହେରା,  ଗଗନ ବିହାରୀ ନାୟକ ଏବଂ  ରାଜେଶ କୁମାର ବାରିକ କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ସଦସ୍ୟ, ମହମ୍ମଦ ଓମାର ମାଲ୍ଲିକ କୃତଜ୍ଞତା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।
  

ଅଧିକ ପଢନ୍ତୁ