ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମ:ମୁଖ୍ୟମନ୍ତ୍ରୀ କହିଲେ ମୁଁ ବି ହୋଇଥିଲି ଚିଟଫଣ୍ତର ଶିକାର

ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ।

୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଚିଟଫଣ୍ଡ ଠକେଇର ଚେର ବହୁତ ବର୍ଷ ଧରି ଲମ୍ବିଛି।୧୯୮୬ ମସିହାରେ ତିଆରି ହୋଇଥିବା ଆଇନରେ ବହୁତ ଗଳା ବାଟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ବିଭିନ୍ନ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ