ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସାଇକେଲ ରାଲି

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସି ହାଇସ୍କୁଲ ଏବଂ ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରୁ ମହର୍ଷି ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଇକେଲ ରାଲିକୁ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଉଭୟ ଅତିଥି ସାଇକେଲ ଚଳାଇ ଏହି ରାଲିରେ ସାମିଲ ହୋଇଥିଲେ।

ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରାଲିରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଆଶେଷ କୁମାର ଦାଶ, ଜିଲ୍ଲା ଚେସ ସଂଗଠନ ସମ୍ପାଦକ ଲକ୍ଷ୍ମୀଧର ସାହୁ, ଶିକ୍ଷକ ଅଜୟ କୁମାର ମିଶ୍ର, ସୌଦାମିନୀ ପ୍ରଧାନ,ରଶ୍ମିତା ମହାରଣା ପ୍ରମୁଖ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ