ଚଳିତ ମାସ ଜାନୁଆରୀ 19 ରୁ 21 ତାରିଖରେ ରାଜସ୍ତାନ ରାଜ୍ୟର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଓ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ହୋଇଯାଇଛି.ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା.ନୟାଗଡ ଜିଲ୍ଲାରୁ ଜଣେ ପ୍ରତିଯୋଗୀ ଏମ. ରିତିକ ରଞ୍ଜନ ମହାପାତ୍ର ଓଡିଶା ଟିମରେ ସ୍ଥାନ ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ.
ସିନିଅର ପୂମସି ଫ୍ରି ଷ୍ଟାଇଲରେ ଓ ନୂଆ ପୂମସି ଇଭେଣ୍ଟ ରେ ଏମ. ରିତିକ ରଞ୍ଜନ ମହାପାତ୍ର ଉଭୟ ଇଭେଣ୍ଟ ରେ ଦୁଇଟି ସ୍ଵର୍ଣ ପଦକ ଓ ରୌପ୍ୟ ପଡକ ଜିତିଥିଲେ ଯାହା ନୟାଗଡ ଜିଲ୍ଲାରେ ଅଫିସିଆଲ ଜାତୀୟ ପ୍ରତିଯୋଗିତା ରେ ପ୍ରଥମ ଖେଳାଳି ରୂପେ ସୁନାମ ଅର୍ଜନ କରିଛନ୍ତି .ଜିଲ୍ଲା ସଙ୍ଘର ସଭାପତି ଅଜୟ କୁମାର ସାହୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି