ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ ସମ୍ମାନିତ। ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୫ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ଏହି ଖବର ପରେ କୋରାପୁଟ ଜିଲ୍ଲାରେ ଶିକ୍ଷାବିତ୍ତ ମହଲରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି।
