ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ- ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ।ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ବିଗତ ୫ବର୍ଷ ଠାରୁ ବର୍ତ୍ତମାନ ୩୧୦ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଆର୍ଥିକ କାରବାରରେ ଅନିୟମିତତା ସମ୍ପୃକ୍ତରେ ଗିରଫ ହୋଇଛନ୍ତି ।ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି । ୬ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ରେ ବିନିଯୋଗ କରାଯାଇଛି । ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ତିଆରି ହୋଇଛି । ଏହାଛଡ଼ା ୩୨,୫୦, ୮୪୪ ଟଙ୍କା ରାଜ୍ୟ କୋଷାଗାରରେ ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଭାନସଭାରେ ଉତ୍ତର ରଖିଛନ୍ତି ।

ଅଧିକ ପଢନ୍ତୁ