ଜାନୁଆରୀ ୨୨ ରେ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।

ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।

ସୂଚନା ମୁତାବକ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ରେ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଅଧା ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିବା ବେଳେ କାର୍ମିକ ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ସାରା ଦେଶରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଉଦ୍ୟୋଗ ସଂସ୍ଥା ଅପରାହ୍ଣ ୨.୩୦ ଯାଏ ଅଧା ଦିନ ପାଇଁ ବନ୍ଦ ରହିବ ।

ଅଧିକ ପଢନ୍ତୁ