ଜାନୁଆରୀ ୫ରୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମ କରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୧୬ ତାରିଖ ଯାଏଁ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି ।

ପ୍ରତିବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇଥାଏ । କିନ୍ତୁ ଚଳିତବର୍ଷ ଭୁବନେଶ୍ୱରରେ “ପ୍ରବାସୀ ଭାରତୀୟ ସମ୍ମିଳନୀ” ଆୟୋଜନ ହେଉଥିବାରୁ ରାଜ୍ୟ ସରକାର ଏହି ସମୟରେ ବିଭିନ୍ନ ମେଳା ଆଦିର ଆୟୋଜନ କରି ଓଡ଼ିଶାର ସଂସ୍କୃତିର ପ୍ରଚାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତର ପରିବେଷଣ କରାଯିବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ଫାୟର୍ ୱାର୍କ ଶୋ ର ମଧ୍ୟ ଆୟୋଜନ କରାଯିବ ।

ଅଧିକ ପଢନ୍ତୁ

Odisha Darpan Digital