ଜାନୁଆରୀ ୮ରୁ ଭିତରକନିକାରେ କୁମ୍ଭୀର ଗଣନା

ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକାର ସୂଚନା ଦେଇଛନ୍ତି ।ଭିତରକନିକା ଅଂଚଳର ନଦୀ ଓ ନାଳରେ ୧୯୭୬ ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ ୧୦ ଦିନ ଭିତରକନିକା ବନ୍ଦ ରହିଥାଏ । ମାତ୍ର ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ୩ ଦିନରେ କୁମ୍ଭୀର ଗଣନା କରାଯିବାକୁ ନିଷ୍ପତି ନିଆଯାଇଛି। ତେବେ ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ମୁଖ୍ୟତଃ ପର୍ଯ୍ୟଟକମାନେ ବାଟରେ ଆସିବା ସମୟରେ କୁମ୍ଭୀରମାନେ ନଦୀପଠାରୁ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ବନ୍ଦ କରାଯାଇ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ ।

ଅଧିକ ପଢନ୍ତୁ