ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଅଭିନେତାଙ୍କ ଶେଷ ଫିଲ୍ମ “ଜନ ନାୟଗନ” ଆସନ୍ତା ବର୍ଷ ଜାନୁଆରୀରେ ବଡ଼ ପରଦାରେ ଆସିବ। ବିଜୟ ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ। ଅଭିନେତା ଆଗାମୀ ତାମିଲନାଡୁ ରାଜ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ପିଙ୍କଭିଲା ଅନୁଯାୟୀ, ଥାଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର “ଜନ ନାୟଗନ” ବିଷୟରେ କହିଛନ୍ତି, ‘ମୁଁ ଜାଣିନାହିଁ ଏହା କହିବା ଉଚିତ କି ନାହିଁ, କିନ୍ତୁ ମୋର ଶେଷ ଚଳଚ୍ଚିତ୍ର ଟିକେ ଯନ୍ତ୍ରଣା ଦାୟକ ଥିଲା ।’ବିଜୟଙ୍କ ଶେଷ ଫିଲ୍ମ ୯ ଜାନୁଆରୀ, ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଚ୍. ବିନୋଦ। ଏହି ଫିଲ୍ମରେ ବବି ଦେଓଲ, ପୂଜା ହେଗଡେ, ମମିତା ବୈଜୁ, ଗୌତମ ବାସୁଦେବ ମେନନ୍, ପ୍ରକାଶ ରାଜ, ନାରାୟଣ ଏବଂ ପ୍ରିୟାମଣି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
