ନୂଆବର୍ଷରେ ଜାପାନରେ ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଏହା ସହିତ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।ଜାପାନ ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ଶକ୍ତିଶାଳୀ ଭୂମିକମ୍ପ ଇସିକାଓ୍ବା ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି । ସମୁଦ୍ରରେ ୫ମିଟର ପର୍ଯ୍ୟନ୍ତ ଜୁଆରି ଆସିବ ବୋଲି କୁହାଯାଉଛି । ତେଣୁ ଲୋକଙ୍କୁ ଉଚ୍ଚ ସ୍ଥାନ ଏବଂ ବିଲ୍ଡିଂକୁ ଚାଲିଯିବାକୁ ପରାମର୍ଶ ଦେଇଛି ପ୍ରଶସାନ ।