ଜାପାନ ପିଏମଙ୍କ ସହ ବୁଲେଟ ଟ୍ରେନରେ ବୁଲିଲେ ମୋଦି

ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ ।। ଉନ୍ନତ ବୁଲେଟ୍ ଟ୍ରେନ୍ ଇ-୧୦ ଦେଖିବା ପାଇଁ ମିଆଗି ପ୍ରଦେଶର ସେଣ୍ଡାଇରେ ପହଞ୍ଚିଥିଲେ ମୋଦୀ । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ସମୟରେ ଭାରତୀୟ ଡ୍ରାଇଭରମାନଙ୍କୁ ମଧ୍ୟ ଭେଟିଥିଲେ । ଜାପାନର ପୂର୍ବ ରେଳବାଇ ସେମାନଙ୍କୁ ତାଲିମ ଦେଉଛି । ସେମାନେ ଭାରତରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ଚଲାଇବେ । ଆଉ ଏବେ ଭାରତରେ ମଧ୍ୟ ବୁଲେଟ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ।ପ୍ରଧାନମନ୍ତ୍ରୀ ଯେଉଁ ଟ୍ରେନ୍ ରେ ଯାତ୍ରା କରିଛନ୍ତି ତାହା ଜାପାନର ବିଶ୍ୱ ପ୍ରସିଦ୍ଧ ଶିଙ୍କାନସେନ୍ E-5 ସିରିଜ୍ ବୁଲେଟ୍ ଟ୍ରେନ୍ । ଏହି ଟ୍ରେନ୍ ଗୁଡିକ ସେମାନଙ୍କର ୧୫ ମିଟର ଲମ୍ବା ନାକ ଭଳି ଡିଜାଇନ ପାଇଁ ବେଶ୍ ଜଣାଶୁଣା। ଯାହା ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ୁଥିବା ସମୟରେ ବାୟୁ ପ୍ରତିରୋଧକୁ ହ୍ରାସ କରେ, ଯାହା ଯାତ୍ରାକୁ ଅତ୍ୟନ୍ତ ସୁରକ୍ଷିତ କରିଥାଏ ।

ଅଧିକ ପଢନ୍ତୁ