ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିଵାକୁ ମିଳିଛି ।ଏହି ସାର୍କ ମାଛର ଓଜନ ୨ କୁଇଣ୍ଟାଲ ଓଜନର ହେବ ବୋଲି କୁହାଯାଉଛି । ଦୀଘା ସଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀ ମାନଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା । ପରେ ମୋହନାର ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ପାଇଁ ଅଣାଯାଇଥିଲା । ତେବେ ମାଛଟିର ବିଭିନ୍ନ ଅଂଶ ଔଷଧ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ମାଛଟିର ଅଧିକ ଚାହିଦା ରହିଥାଏ ।
