ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ

ଯାଜପୁର ଜିଏସ୍‌ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ସୂଚନା ମିଳିଛି। ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଛି।

ଏହି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ବିନୟଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି। ଭୁବନେଶ୍ଵର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀଙ୍କ ଏକାଧିକ ଟିମ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital