ଜିନପିଙ୍ଗ୍ ଙ୍କ ପାଖରେ ମୁଣ୍ଡ ବିକିଛନ୍ତି ମଇଜ୍ଜୁ

ଚୀନ୍ ମାଳଦ୍ବୀପରେ ନିଜର ଶକ୍ତି ବୃଦ୍ଧି ଅଭିଯାନ ଜାରି ରଖିଛି। ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ଚୀନ୍ ପ୍ରତିପକ୍ଷ ଶି ଜିନପିଙ୍ଗ୍ ଙ୍କ ଆଗରେ ମୁଣ୍ଡ ବିକିଛନ୍ତି।ମାଳଦ୍ବୀପ ପାକିସ୍ତାନର ରାସ୍ତା ଆପଣେଇଛି। ପାକିସ୍ତାନ ମଧ୍ୟ ନିଜର ବିଭିନ୍ନ ଅଞ୍ଚଳର ବିକାଶ ଦାୟିତ୍ବ ଚୀନ୍ କୁ ଦେଇଛି। ତେବେ ଏହା ଯୋଗୁ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ମାଳଦ୍ବୀପ ଏବଂ ପାକିସ୍ତାନରେ ଚୀନ୍ ର ଉପସ୍ଥିତି ଯୋଗୁ ଭାରତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ନଜର ରଖାଯିବାର ଆଶଙ୍କା ରହିଛି। ତେବେ ମାଳଦ୍ବୀପର ୧୮୭ ଦ୍ବୀପ ମଧ୍ୟରୁ ୩୮ ଦ୍ବୀପର ଅଧିକାଂଶ ଅଞ୍ଚଳକୁ ଚୀନ୍ ଟୁରିଜିମ୍ କମ୍ପାନୀଙ୍କୁ ଲିଜ୍ ରେ ପ୍ରଦାନ କରାଯାଇଛି।

ଚୀନ୍ କମ୍ପାନୀ ୧୨ ହଜାର କୋଟି ଟଙ୍କା ନିବେଶ କରି ଏସବୁ ଅଞ୍ଚଳର ପର୍ଯ୍ୟଟନ ବିକାଶ କରିବେ। ଇତିମଧ୍ୟରେ କେତେକ ଦ୍ବୀପରେ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଇଜ୍ଜୁ ନିଜ ଚୀନ୍ ଗସ୍ତରେ ଅଧିକରୁ ଅଧିକ ଚୀନ୍ ପର୍ଯ୍ୟଟକଙ୍କୁ ମାଳଦ୍ବୀପକୁ ପଠାଇବାକୁ ଅନୁରୋଧ କରିଥିଲେ।

ଅଧିକ ପଢନ୍ତୁ