ଜିନ୍ନତ୍‌ ଆସିଲା ପରେବି କମୁନି ରାଜନୀତି

ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ୍‌ ଏବେ ଉତ୍ତର ଶିମିଳିପାଳର ଏନ୍‌କ୍ଲୋଜରରେ ରହିଥିବା ବେଳେ ବାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍‌ରେ ରହିଛି। ଉଭୟଙ୍କ ପାଇଁ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍‌ ଆଇଡି ଜରିଆରେ ନଜରରେ ରଖାଯାଇଛି। କିନ୍ତୁ ମମତା ଦିଦି ବାଘକୁ ନେଇ ରାଜନୀତି ନ କରିବା ପାଇଂ ମନ୍ତ୍ରୀ କହିଛନ୍ତି |

ଅଧିକ ପଢନ୍ତୁ

kc ads