ଜିନ୍ନତ ପାଇଁ ଝାଡ଼ଖଣ୍ଡରେ ହାଇଆଲର୍ଟ:୧୬୩ ଧାରା ଜାରି ।

ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ଜିନ୍ନତ ଏବେ ଝାଡ଼ଖଣ୍ଡର ଚାକୁଳିଆ ନିକଟସ୍ଥ ଚିଆବାନ୍ଧି ଜଙ୍ଗଲରେ ଥିବାରୁ ସେଠାରେ ହାଇଆଲର୍ଟ ଜାରି କରାଯାଇଛି । ବାଘୁଣୀ ଭୟରେ ମଙ୍ଗଳବାର ଠାରୁ ୪ଟି ଗାଁରେ ସ୍କୁଲ ବନ୍ଦ ରହିଛି । ଏଥିସହ ଗାଁ ଲୋକ ଅଯଥାରେ ଘରୁ ନବାହାରିବାକୁ ସତର୍କ କରାଯାଇଛି ।

ଏହି ଅଂଚଳରେ ୧୬୩ ଧାରା ଜାରି କରାଯାଇଛି । ସେପଟେ କଟକଣା ଲାଗୁ ହେବା ପରେ ଚିଆବାନ୍ଧି, କାଡସିଙ୍ଗା, ବାଲଡ୍ରାଶୋଡ ଓ ଧାଡିକା ଗାଁର ଲୋକେ ବାହାରକୁ ବାହାରୁନାହାନ୍ତି । ଅନ୍ୟପଟରେ ଜିନ୍ନତ୍ ଦୁଇ ଦିନ ହେଲାଣି ଜିଆବାନ୍ଧି ଜଙ୍ଗଲରେ ଭିତରେ ବିଚରଣ କରୁଥିବା ବେଳେ ଏବେ ସେ ଧିରେ ଧିରେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ଜିନ୍ନତର ଗତିବିଧି ଉପରେ ଉଭୟ ରାଜ୍ୟର ନଜର ରହିଥିବା ବେଳେ ଜିନ୍ନତକୁ ଫେରେଇ ଆଣିବା ପାଇଁ ଓଡିଶା ପ୍ରଚେଷ୍ଟା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଜିନ୍ନତକୁ ଟ୍ରାଙ୍କୁଲାଇଜ୍ ନକରି ପ୍ରାକୃତିକ ଉପାୟରେ ଓଡିଶା ଜଙ୍ଗଲକୁ ଫେରାଇଆଣିବା ପାଇଁ ଉଦ୍ୟମ କରାଯାଉଛି ।

ଅଧିକ ପଢନ୍ତୁ