ନୟାଗଡ଼, (ଓଡ଼ିଶା ଦର୍ପଣ): ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଆର.ଓ, ଏ.ଆର.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାର ନିର୍ବାଚନ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ମେ ୨୦ ଓ ମେ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ କିପରି ସମସ୍ତଙ୍କ ସହଯୋଗରେ ସ୍ଵଚ୍ଛ, ନିରପେକ୍ଷ ଭାବରେ ସମ୍ପନ୍ନ ହୋଇପାରିବ, ଏହା ଉପରେ ଗୁରୁତ୍ବାରୋପ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ଜିଲ୍ଲା ନିର୍ବାଚନ ଅଧୂକାରୀଙ୍କ ପକ୍ଷରୁ ୨ ଲକ୍ଷ ପ୍ୟାକେଟ ଓ.ଆର.ଏସ୍ ମହଜୁଦ ରଖାଯାଇଛି ଯାହା ବିଏଲଓ ମାନଙ୍କ ଦ୍ବାରା ସମସ୍ତ ବୁଥରେ ପହଞ୍ଚି ପାରିବ । ପ୍ରତ୍ୟେକ ବୁଥରେ ପାନୀୟ ଜଳ, ଟେଣ୍ଡ୍ ଏବଂ ଚେୟାର୍ ବ୍ୟବସ୍ଥା କରାଯିବା ପାଇଁ ଶ୍ରୀମତୀ ସିଂ ପରାମର୍ଶ ଦେଇଥିଲେ । ସ୍ଵାସ୍ଥ୍ୟ ସେବା ଦୃଷ୍ଟିରୁ ପ୍ରତ୍ୟେକ ବୁଥରେ ଆଶା ଏବଂ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିୟୋଜିତ କରାଯିବା
ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିଂ ପାର୍ଟି ଡିସପର୍ସାଲ୍ ପୂର୍ବଦିନ ଅର୍ଥାତ ମେ ୧୯ ଏବଂ ମେ ୨୪ ଦିନ ଅସ୍ଥାୟୀ ଦୋକାନ ଡିପ୍ପର୍ସାଲ୍ ସେଣ୍ଟର ବାହାରେ କରାଯିବା ପାଇଁ ନୟାଗଡ଼ ବିଡିଓ ପଦ୍ମଚରଣ ସାହୁଙ୍କୁ ପରାମର୍ଶ ଦିଆଯାଇଥିଲା । ଆଦର୍ଶ ଆଚରଣ ବିଧି ଏବଂ ଗ୍ରୀଷ୍ମ ପ୍ରବାହର ସତର୍କ ସୂଚନା ନିମନ୍ତେ ପୋଷ୍ଟର ସମସ୍ତ
ଭୋଟ ଗ୍ରହଣ କେନ୍ଦ୍ରରେ ଲଗାଯିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଉପସ୍ଥିତ
ସମସ୍ତଙ୍କ ଠାରୁ ସହଯୋଗ ଆଶା କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।