ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲା ଦୁର୍ବୃତ୍ତ

ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନାମରେ ଏକ ଫେକ୍ whatsapp ଆକାଉଣ୍ଟ ଖୋଲା ଯାଇଛି । ଆକାଉଣ୍ଡ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsAppର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ଫୋନ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ । ତେବେ ସଂପୃକ୍ତ ନମ୍ବର ଟି ଜିଲ୍ଲାପାଳ ଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି ଏବଂ ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଦୁର୍ବୃତ୍ତଙ୍କୁ ଧରି ପାରିନି ପୋଲିସ ।

ଅଧିକ ପଢନ୍ତୁ