କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶକ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି, ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁ ଜାଣିନାହି । ଇମେଲରେ ନିମନ୍ତ୍ରଣ କରିଥିଲେ, ଇମେଲରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ରାତି ସାଢେ ୮ଟାରେ ଇମେଲ ଆସିଛି , ସକାଳେ କାର୍ଯ୍ୟକ୍ରମ । ଇମେଲ ମୋ ରାଜ୍ୟସଭା ଅଫିସକୁ ଆସିଛି । ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି । ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ । ଅନ୍ୟପଟେ ସେପଟେ ସ୍ୱାଧିକାର ଭଙ୍ଗ ନୋଟିସ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଆମେ ପ୍ରୋଟୋକଲ ବାସ୍ତଵିକ କ’ଣ ରହିଛି ସେ ସମ୍ପର୍କରେ ଅବଗତ ହେବା ଆବଶ୍ୟକ। ଦେବାଶିଷ ଵାଵୁ ଯେହେତୁ ରାଜ୍ୟସଭାର ସାଂସଦ ଅଛନ୍ତି, ତେଣୁ କଟକ ତାଙ୍କ ସଂସଦୀୟ କ୍ଷେତ୍ର ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି । ଦେବାଶିଷ ରାଜ୍ୟର ସାଂସଦ । ତେଣୁ ସେ କ୍ଷେତ୍ରରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣର ପ୍ରୋଟୋକଲ କ’ଣ କରିବା କଥା ସେ ନେଇ ଜିଲ୍ଲାପାଳ ତାଙ୍କ ପକ୍ଷ ରଖିବେ ବୋଲି କହିଛନ୍ତି ଭର୍ତ୍ତୃହରି ।
