ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ରୁ ଫେରିଲା ମୃତଦେହ

ରାୟଗଡ – ରାୟଗଡ ଜିଲା ବିଷମ କଟକ ବ୍ଲକର , କୁର୍ଲି ପଞ୍ଚାୟତ, ଖଜୁରିଗାଁ ର ଅଦାଇ ୱାଡକା କେରଳ ରାଜ୍ୟ କୁ କାମ କରିବାକୁ ଯାଇଥିବା ବେଳେ ସେଠି ତାଙ୍କ ମର୍ତ୍ୟୁ ଘଟିଥିଲା l ପରେ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଖବର ପାଇ ତୁରନ୍ତ ଉକ୍ତ ମର ଶରୀରକୁ ରାୟଗଡ କୁ ଆଣିବା ପାଇଁ ଶ୍ରମ ବିଭାଗ କୁ ନିର୍ଧେଶ ଦେଥିଲେ l ନିର୍ଧେଶ କ୍ରମେ ମର ଶରୀରକୁ ତାଙ୍କ ଜନ୍ମଗ୍ରାମକୁ ପଠାଇବା ପାଇଁ କେରଳର ଥ୍ରିଶୁର ପୋଲିସ ଦ୍ୱାରା ବ୍ୟବସ୍ଥା କରାଯାଇଛି, ଯାହା ରାୟଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଙ୍କ ହସ୍ତକ୍ଷେପରେ ସମ୍ଭବ ହୋଇଛି। ପ୍ରକାଶ ଥାଉକି ମୃତ ମହିଳା ତାଙ୍କ ପରିବାର ସମ୍ପର୍କୀୟ ଙ୍କ ସହ କେରଳ ରାଜ୍ୟକୁ କାମ କରିବାକୁ କିଛି ଦିନ ତଳେ ଯାଇଥିଲେ । ଯେଉଁ କାରଖାନାରେ ଅଦାଇ ୱାଡକା କାମ କରୁଥିଲେ, ସେହି କାରଖାନା M/s Kaltila Tiles, Atani, Thrissur, Kerala ର ମାଲିକ ମୃତ ଦେହାବଶେଷ ପଠାଇବା ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ଓ ଏହି କାର୍ଯ୍ୟ ପାଇଁ ଟ40,000/- ଦେଇଛନ୍ତି । ଆସନ୍ତାକାଲି ଆମ୍ବୁଲାନ୍ସ ତାଙ୍କ ଗାଁକୁ ପହଞ୍ଚିବ। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଆମ୍ବୁଲେନ୍ସ ଖର୍ଚ୍ଚ ନିମନ୍ତେ ଅବଶିଷ୍ଠ ଖର୍ଚ୍ଚ ପ୍ରଦାନ କରାଯିବ । ମୃତ ୱାଡକାଙ୍କ କିଛି ସହଯୋଗୀ ଦେହାବଶେଷ ସହିତ ଆସୁଛନ୍ତି।

ଅଧିକ ପଢନ୍ତୁ

kc ads