
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ବ୍ୟବସ୍ଥାରେ ଅଂଶ ଗ୍ରହଣ କାରୀଙ୍କ ପାଇଁ ରାଜ୍ୟ ସରକାର ୨୦୨୨ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ କରିଥିଲେ। ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ବାରା ୫୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ୧୫ ଶହ ଶିକ୍ଷକ, ସ୍କୁଲ ପରିଚାଳନା କମିଟି, ଆଲୁମିନି, ଗ୍ରାମପଞ୍ଚାୟତ ଏବଂ ଜିଲ୍ଲା ପ୍ରଶାସକଙ୍କୁ ସମ୍ମାନିତ କରାଯାଉଛି। ଏନେଇ ନୟାଗଡ଼ ଷ୍ଟାଡିୟମଠାରେ ଗୁରୁବାର ଜିଲ୍ଲାସ୍ତରୀୟ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ଉଦ୍ୟମ ପାଇଁ ସରକାରୀ ବିଦ୍ୟାଳୟ ପ୍ରତି ଧାରଣା ବଦଳିଛି ବୋଲି କହିଥିଲେ ।ଛାତ୍ରଛାତ୍ରୀ ବେସରକାରୀ ବିଦ୍ୟାଳୟ ଛାଡ଼ି ସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ପରିଷଦ ସଭାପତିବ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲାପାଳ ସୁଧା ଦେବ ସିଂ, ଜିଲା ଶିକ୍ଷାଧୂକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲା ଶିକ୍ଷାଧୂରୀ ବସନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗତ ୩୧ ଜାନୁଆରୀ ୨୦୨୪ରେ ଅନୁଷ୍ଠିତ ହୋଇସାରିଥିବା ବେଳେ ଗୁରୁବାର ନୟାଗଡ଼ରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା
ପୁରସ୍କାର ସର୍ବମୋଟ ୧୪୩୫ ଜଣଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରୀୟ ଷ୍ଟୁଡେଣ୍ଟ ଏକାଡେମିକ୍ ବର୍ଗରେ ଜିଲ୍ଲାର ୧୧୨ ଜଣ, ବ୍ଲକ ସ୍ତରୀୟ ଷ୍ଟୁଡେଣ୍ଟ୍ ଏକାଡେମିକ୍ ବର୍ଗରେ ୮୨୧ ଜଣ, ଲିଡର ସିପ୍ ଆୱାର୍ଡରେ ୪୧୬ ଜଣ, ସେକେଣ୍ଡାରୀ ସ୍କୁଲ ଆୱାର୍ଡ ଏବଂ ଏଲିମେଣ୍ଟାରୀର ୨୪ ଜଣ ଲେଖାଏଁ, ୬ଟି ପଞ୍ଚାୟତକୁ ଶିକ୍ଷା ପୁରସ୍କାର, ଆଲୁମିନି କମିଟି ୮ଜଣ, ଏସ୍ଏମି ଆୱାର୍ଡରେ ୮ ଜଣ, ପ୍ରଧାନଶିକ୍ଷକ ପୁରସ୍କାର ସେକେଣ୍ଡାରୀ ୮ ଜଣ, ଏଲିମେଣ୍ଟାରୀରେ ୮ଜଣ ରହିଛନ୍ତି। ଏହି ସମସ୍ତ ବର୍ଗରୁ ଭାପୁର ବ୍ଲକରୁ ୧୬୮ ଜଣ, ଦଶପଲ୍ଲାରୁ ୧୭୦, ଗଣିଆରୁ ୧୩୧, ଖଣ୍ଡପଡ଼ାରୁ ୧୭୮ଜଣ, ନୟାଗଡ଼ରୁ ୨୦୮ ଜଣ, ନୂଆଗାଁରୁ ୧୫୭ ଜଣ, ଓଡ଼ଗାଁରୁ ୨୦୪ ଜଣ, ରଣପୁରରୁ ୨୧୯ ଜଣ ପୁରସ୍କାର ପାଇଛନ୍ତି। ମୋଟ ୧୪୩୫ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅତିଥିମାନେ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସାମିଲ ହୋଇଥିଲେ ।