ରାୟଗଡା ସହରର ଅଶୋକ କଲ୍ୟାଣ ମଣ୍ଡପ ରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ପୌରପାଳିକା ଅଧ୍ୟକ୍ଷ, ପି ମହେଶ ପଟ୍ଟନାୟକ,ପୌରପାଳିକା ଅଧ୍ୟକ୍ଷା, ସୁଭ୍ରା ପଣ୍ଡା ବିଡ଼ିଓ,ସୁଜିତ କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ ଓ ତ୍ମୁଖ୍ୟବକ୍ତା ଡ: ଦୁଷ୍ମନ୍ତ କୁମାର ମହାନ୍ତିଙ୍କ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ,ଗୁଣପୁର ଏସଡିପିଆରଓ
ଧନଜୟ ବେହେରା ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନାର୍ଥେ ଶପଥ ଗ୍ରହଣ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ୨୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ହୋଇଥିଲା। ରାୟଗଡ଼ା ବ୍ଲକରେ ମୋଟ ୧୨୦ ହିତାଧିକାରୀଙ୍କୁ ଓ ମ୍ୟୁନିସିପାଲିଟିର ୨୦ ଜଣଙ୍କୁ ଭତ୍ତା ବାବଦକୁ ପ୍ରତି ମାସରେ ଏକ ହଜାର ଟଙ୍କା ହିସାବରେ ଗତ ସେପ୍ଟେମ୍ବର ମାସରୁ ପ୍ରଦାନ କରାଯାଇଥିଲା।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା। ମଞ୍ଚସ୍ଥ ଅତିଥି ମାନଙ୍କୁ ଉତାରି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପରିଚାଳନା ନୀଳାଚଳ ମିଶ୍ର କରିଥିଲେ ।
