ଜିଲ୍ଲା ଆଇନ୍ ସେବା ପ୍ରାଧ‌ିକରଣ ତରଫରୁ ପ୍ୟାନେଲ ଓକିଲ ଏବଂ ସରକାରୀକର୍ମଚାରୀଙ୍କ ତାଲିମ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚ୍ଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାପରଷଦ ନୟାଗଡ଼ଙ୍କ ଡି.ପି.ଆର୍.ସି. ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ, ପୋଲିସ ଅଧିକାରୀ, ଜଙ୍ଗଲବିଭାଗ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ତାଲିମି ଶିବିରକୁ ମୁଖ୍ୟଅତିଥି ସଚ୍ଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍‌ଘାଟନ କରି ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଭି.ସି. ନିୟମ ୨୦୨୦ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସରକାରୀ ଓକିଲ ଦଣ୍ଡପାଣି ସ୍ଵାଇଁ ଦେୱାନୀ ପ୍ରଣାଳୀ ଓ ମଧ୍ୟସ୍ଥତା ଆଇନ୍ ୨୦୦୭ ଉପରେ, ସମ୍ମାନିତ ଅତିଥି ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଫୌଜଦାରୀ ଆଇନ୍ ୧୯୯୭ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ରେ ମୁଦାଲାମାନଙ୍କର ଅଧିକାର ଉପରେ ଆଲୋକପାତ କରିଥିଲେ । ତତ୍‌ସହିତ ସରକାରୀ ଓକିଲ ଆକାଶ ଦାଶ ସୁଭାସ ଆପ୍ ଦ୍ଵାରା ଇଂରାଜୀ ବିଚାରକୁ ଓଡ଼ିଆ ମାତୃଭାଷାରେ ପ୍ରକାଶ ପ୍ରକିୟା ଉପରେ ଆଲୋକପାତ କରିଥିଲେ । ଉକ୍ତ ତାଲିମ ଶିବିରକୁ ସଫଳ କରିବାପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଲିପ୍‌ସା ଦାସ, ସୋନାଲି ପଟ୍ଟନାୟକ, ଶୁଭସ୍ମିତା ମିଶ୍ର, ପ୍ରମୋଦ ମହାନ୍ତିଙ୍କ ସମେତ ସମସ୍ତ ଅଧିକାରମିତ୍ର ଏବଂ ଆଇନସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ । By:-LaxmidharSahoo

ଅଧିକ ପଢନ୍ତୁ