ନୟାଗଡ଼, (ଓଡ଼ିଶା ଦର୍ପଣ): ଦଶପଲ୍ଲା ରାମମନ୍ଦିର ପରିସରରେ ଜିଲ୍ଲା ଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା ଆଇସେବା ପ୍ରାଧିକରଣ
ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ
ବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନ୍ରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାସ, ପୂଜାଶ୍ରୀ ସାହୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମ୍ୟାନେଜର ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରାୟୋଜିତ ଏବଂ ଗ୍ରାମୀଣ ଆଇସେବା ସଚେତନତା କର୍ମୀଙ୍କ ଦ୍ବାରା
ଅଭିନିତ ସଚେତନତା ଧର୍ମୀ ନାଟକ “ନବ ମଉସାକୁ ମିଳିଲା ନ୍ୟାୟ’ ପ୍ରଦର୍ଶିତ ହୋଇଥିଲା । ସମାଜରେ ଧନି ଲୋକମାନେ କିପରି ଲୋଭର ବଶବର୍ତୀ ହୋଇ
ଗରିବମାନଙ୍କୁ ଉପେକ୍ଷିତ କରି ଅନ୍ୟାୟ କରିଥାନ୍ତି ଏବଂ ଆଇନ୍ ସଚେତନତା କର୍ମୀ ସେହି ଅବହେଳିତ ଲୋକମାନଙ୍କୁ ଭେଟି ମାଗଣାରେ ଆଇନ୍ ସେବା ଯୋଗାଇଥାନ୍ତି ତାର ଏକ ଝଲକ୍ ନାଟକ ମାଧ୍ୟମରେ
ପ୍ରଦର୍ଶିତ ହୋଇ ଲୋକଙ୍କର ପ୍ରଶଂସା ସାଉଁଟିଥିଲା । ଏହି ନାଟକର ମୁଖ୍ୟାଶଂରେ ଗ୍ରାମୀଣ ଆଇନ୍ ସଚେତନତା
କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା,ପ୍ରମୋଦ କୁମାର ମହାନ୍ତି,ନବକୃଷ୍ଣ ସାଥୁଆ, ମାନସ ରଞ୍ଜନ ବଳବନ୍ତରାୟ, ମମତା ବେହେରା, କ୍ଷଣପ୍ରଭା କର, ଲିପ୍ସା ଦାସ, ଜିନୁ ସାହୁ, ସୋନାଲି ପଟ୍ଟନାୟକ, ମଞ୍ଜୁଲତା ପ୍ରଧାନ ଏବଂ ଶୁଭସ୍ମିତା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଏହି ନବ ମଉସାକୁ ମିଳିଲା ନ୍ୟାୟ ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ
ଆଇସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଏବଂ ସହଯୋଗ କରିଥିଲେ ପ୍ରଶାନ୍ତ କୁମାର ସାହୁ, ପ୍ରମିଳା ମଲ୍ଲିକ, ଗଦାଧର ବିଶ୍ବାଳ, ଗଗନ ବିହାରୀ
ନାୟକ ଏବଂ ରାଜେଶ କୁମାର ବାରିକ ।