ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୟାଗଡ଼ ଯଜଙ୍ଗୀସାହି ଠାରେ ଅଧିବାସୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନା ବର୍ଣ୍ଣନା କରିବା ସହିତ ଅଭିଯୋଗ ଶୁଣାଣି କରିଥିଲେ ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟନିବାହି ଅଧିକାରୀ ସ୍ନେହଲତା ଆଚାର୍ୟ ଉପସ୍ଥିତ ରହିଥିଲେ । ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ସହିତ ସମୟ ଅତିବାହିତ କରି ସେମାନଙ୍କ ଭଲମନ୍ଦ ବୁଝିବା ସହିତ ଗୀତ ଆସରରେ ସେମାନଙ୍କୁ ବିମୁଗ୍ଧ କରିଥିଲେ । ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ସରପଞ୍ଚ ତିଳୋତମା ନାୟକଙ୍କ ସହାୟତାରେ ମହିଳାମାନଙ୍କ ମତାମତ ଶୁଣିଥିଲେ । ଶେଷରେ ଚଣ୍ଡିବସ୍ତ ପଂଚାୟତ ଅନ୍ତରର୍ଗତ ହାଟଦ୍ଵାର ଠାରେ ସତ୍ୟବାଦୀ ନାୟକଙ୍କ ଉପସ୍ଥିତିରେ, ଶ୍ରମିକ ସହାୟତା ଯୋଜନା ବୁଝାଇଥିଲେ । ଉପରୋକ୍ତ ୪ ଗୋଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ଵାଳ, ପବନ କୁମାର ବେହେରା ଏବଂ ରାଜେଶ କୁମାର ବାରିକ ପ୍ରମୁଖ ସହାୟତା କରିଥିଲେ ।