
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାତ୍ରି ୯ଘଣ୍ଟା ୩୦ମିନିଟ ସମୟରେ ନୟାଗଡ଼ ପୁରୁଣା ସହର ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ଉଦ୍ଧାର କରି ୱ।ନ ଷ୍ଟପ ସେଣ୍ଟର ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ପୁରୁଣା ସହରର ଜଣେ ସହୃଦୟ ବ୍ୟକ୍ତି ମହିଳା ଜଣକ ଅସହାୟ ଅବସ୍ଥାରେ ବସିଥିବାର ଦେଖିଥିଲେ। ଏହାପରେ ସେ, ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କ ସହିତ ଯୋଗାଯୋଗ କରିଥିଲେ। ଅଧିକାର ମିତ୍ର ଏହି ଘଟଣା ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିବ,ତତ୍ କ୍ଷଣାତ ନିର୍ଦ୍ଦେଶଦେଲେ ଯେ, ଶୀଘ୍ର ଯାଇ ସେହି ଅସହାୟ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କର। ସଚିବଙ୍କ ସେହି ତ୍ୱରିତ ପଦକ୍ଷେପ ଯୋଗୁଁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଯାଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ରାତ୍ରି ୯ଘଣ୍ଟା୩ମିନିଟ ସମୟରେ ମହିଳାଙ୍କୁ ଉଦ୍ଧାର କରି ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ ପରିସର ରେ ଅବସ୍ଥିତ ୱ।ନ୍ ଷ୍ଟପ ସେଣ୍ଟର ରେ ରାତ୍ରି ରହିବା ପାଇଁ ଥଇଥାନ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଉପସ୍ଥିତ କରି ସେହି ମହିଳା ଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ଥିର କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଏବଂ ଅଧିକାର ମିତ୍ର ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।