ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇ.ଟି.ଆଇ କଲେଜ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସର୍ବପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ  କରି ସତ୍ୟ ଘଟଣା ଲକ୍ଷ୍ମୀ ଅଗରୱାଲ  କେଶ ଓ ତାହାର ସାହସ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୂପେ ସରକାରୀ ଓକିଲ  ଦଣ୍ଡପାଣି ସ୍ଵାଇଁ ଓ ବରିଷ୍ଠ ଆଇନଜୀବି  ରମେଶ ଚନ୍ଦ୍ର ମହାରଣା ଏସିଡି ଆକ୍ରମଣ ର କାରଣ, ପ୍ରଭାବ, ସାମସ୍ୟା ଓ ପ୍ରତିକାର ତଥା ସରକାରୀ ସହାୟତା ଉପରେ ଆଲୋକପାତ କରିଥିଲେ । ସି ଡି ପି ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ସାଇବର ଆଇନ ଉପରେ ପ୍ରୋଜେକ୍ଟ ଦେଖାଇ ପିଲାମାନକୁ ବୁଝାଇଥିଲେ । ଉକ୍ତ ଶିବିରରେ କନସିଲେଟର କ୍ଷଣପ୍ରଭା କର କବିତା ମାଧ୍ୟମରେ ପିଲା ମାନଙ୍କର ମନରେ ଶକ୍ତି ସଂଚାର କରିଥିଲେ । ଉକ୍ତ ଶିବିରରେ ଆଇନଜୀଵୀ ପ୍ରଭାସିନୀ  ନନ୍ଦ, କାମାକ୍ଷା ପ୍ରସାଦ ଦାସ ଓ ସଦର ଆଇ ଆଇ ସି  ଶରତ ଚନ୍ଦ୍ର ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।  ଆଇ ଟି ଆଇ କଲେଜ ଅଧକ୍ଷ କାନ୍ତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ  ଆଇ ଟି ଆଇ କଲେଜର ଛାତ୍ର ଓ ଛାତ୍ରୀ ମାନେ ଏ ସି ଡି ଆକ୍ରମଣ ଉପରେ ଗୋଟିଏ ନାଟକ ପରିବେଷଣ କରିଥିଲା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ମାନେ ସାଇବର ଆଇନ ଉପରେ ଏକ ନାଟକ ପରିବେଷଣ କରି ସମସ୍ତଙ୍କୁ ସଚେତନ କରିଥିଲେ । ଉକ୍ତ କାର୍ଯକ୍ରମକୁ ସଫଳୀକୃତ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର  କର୍ମଚାରୀ ଗଦାଧର ବିଶ୍ଵାଳ , ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ଓ  ନ୍ୟାୟ ଅଧିକାର ମିତ୍ର ପ୍ରଫୁଲ୍ଲ, ପ୍ରମୋଦ, ବିଷ୍ଣୁ, ମମତା, ମିକି, ଅନୁପମା, ବନିବନ୍ଦନା, ପ୍ରକାଶ  ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।  

ଅଧିକ ପଢନ୍ତୁ

Odisha Darpan Digital