ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲାସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନୀ ନନ୍ଦଙ୍କ ସଭାପତିତ୍ବରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ଶିବିରକୁ ସଚିବ ଶ୍ରୀମତୀ ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଶ୍ଵ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସମବେତ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଏବଂ ପରିବେଶକୁ ସୁରକ୍ଷିତ ରଖିବା । ପରିବେଶକୁ ସୁରକ୍ଷିତ ରଖିବାକୁ ଆଇନ୍‌ରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏସିଏଫ୍ ହିମାଂଶୁ ଶେଖର ମୁଦୁଲି, ଏସିଏଫ୍ ସତ୍ୟଜିତ୍ କର, ଖେଡ଼ପଡ଼ା ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ସ୍ୱେଚ୍ଛାସେବୀ ଅମନ ମିଶ୍ର, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି ଦିବସରେ ଅନୁଷ୍ଠାନ ତରଫରୁ ଅତିଥିମାନଙ୍କୁ ନେଇ ନୟାଗଡ଼ କଳାପରିଷଦ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧିକାର ମିତ୍ର, ପ୍ରାଧ‌ିକରଣ କର୍ମଚାରୀ ଏବଂ କଳାପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ଅଧିକ ପଢନ୍ତୁ

kc ads