ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ସଡ଼କ ସୁରକ୍ଷା ଉପରେ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ବରେ ଡିଆର୍‌ଡିଏ ନୟାଗଡ଼ର ସୃଜନ
ସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ଵାଗତ ଭାଷଣ ଦେଇଥ‌ିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଆଇନ୍‌ରେ ଥିବା ବିଧିବ୍ୟବସ୍ଥା ଏବଂ ନିୟମ କାନୁନ୍ ବିଷୟରେ ବୁଝାଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ,ଏଡିଏମ୍ ରାଜେଶ ଦାସ, ଆଡିସ୍‌ନାଲ ଏସ୍‌ପି ସୁବାଷଚନ୍ଦ୍ର ପଣ୍ଡା, ଆର୍‌ଟିଓ ପ୍ରସନ୍ନ କୁମାର ପରିଡା,ଅଧିବକ୍ତା ଦଣ୍ଡପାଣି ସ୍ବାଇଁ, ରମେଶ ଚନ୍ଦ୍ର ମହାରଣା, ସ୍ଵେଚ୍ଛାସେବୀ ଅମନ୍ ମିଶ୍ର, କାମାକ୍ଷା ପ୍ରସାଦ
ଦାସ, ବିଏମ୍ ଦୀପକ କୁମାର ଜେନା, ପ୍ରିୟବ୍ରତ ମଲ୍ଲିକ, ଏଡିଏମ୍ ରୋଜିନା ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ସକାଳ ୯ଘଣ୍ଟା ସମୟରେ ନୟାଗଡ଼ ମୁଖ୍ୟ ଟ୍ରାଫିକ୍ ଛକ ଠାରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନେ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ଦେଇ ହେଲମେଟ୍ ପିନ୍ଧିଥ‌ିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଏବଂ ବିନା ହେଲମେଟଧାରୀଙ୍କୁ ସଡ଼କ ସୁରକ୍ଷା ଉପରେ ବୁଝାଇଥିଲେ । ସଡ଼କ ସୁରକ୍ଷା ଉପରେ ପର୍ଯ୍ୟବେସିତ କ୍ଷୁଦ୍ର ନାଟକ ପରିବେଶଣ କରି ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି, ଲିପ୍‌ସା ଦାସ, ଜିନୁ ସାହୁ, ସୋନାଲିକା ପଟ୍ଟନାୟକ, ଶୁଭସ୍ମିତା ମିଶ୍ର, ସନ୍ଧ୍ୟା, ସୁନିତା, କୀର୍ତ୍ତି, ଇପ୍‌ସିତା, ବିଭୁତି, ରୋଜିନା ଏବଂ ଜିଲ୍ଲା ଆଇନ୍‌ସେବା
ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ, ଗଗନ ବିହାରି ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଅଧିକ ପଢନ୍ତୁ