ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସମ୍ମିଳନୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ ବିଜୁ ପଟ୍ଟନାୟକ  କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ,ଜନମାନସର ନେତା  ଭକ୍ତ ଚରଣ ଦାସ ନୟାଗଡ ଜିଲ୍ଲା ସଂଯୋଜକ ଭାବେ ସତ୍ୟବ୍ରତ ନାୟକ ଙ୍କୁ ନିଯୁକ୍ତି ଦେଇଥିବାରୁ କଂଗ୍ରେସ ସାଙ୍ଗଠନିକ ସଭାରେ ତାଙ୍କୁ ସ୍ୱାଗତ କରାଗଲା l ସତ୍ୟବ୍ରତ ନାୟକ ସଂଯୋଜକ ଭାବରେ ଦାୟିତ୍ୱ ପାଇ ନୂତନ ଭାବେ ଆଜି ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ନୟାଗଡ ଜିଲାର ୪ ଗୋଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକ୍ରମ କିଭଳି ମଜବୁତ ହବ ଶ୍ରୀ ନାୟକ ମତ ପ୍ରକାଶ କରିବା ସହିତ ୮ ଗୋଟି ବ୍ଲକ ଓ ୩ଟି ଏନଏସି, ଗୋଟିଏ ମୁନିସିପାଲିଟିରେ , ପ୍ରଦେଶ କଂଗ୍ରେସସ କମିଟି ସଭାପତିଙ୍କ ବାର୍ତ୍ତାକୁ କଂଗ୍ରେସ କର୍ମୀମାନଙ୍କ ନିକଟରେ ପହଞ୍ଚେଇବା  ପାଇଁ  ସଂକଳ୍ପବଦ୍ଧ।
ଏହି ସଭାରେ କଂଗ୍ରେସ ବରିଷ୍ଠ ନେତା ପୂର୍ବତନ ସଭାପତି ରଂଜିତ ଦାଶ ଓ ପିସିସି ମେମ୍ବର ସଂଯୋଜକଙ୍କୁ ଦୃଢ ସମର୍ଥନ ଜଣେଇବା ସହ ସଂଗଠନ କିଭଳି ଭାବେ ମଜବୁତ ହେବ ସେ ବିଷୟରେ ରଂଜିତ ଦାଶ ହୁସେନ ଖାଁ  ମତ ପ୍ରକାଶ କରିଥିଲେ ।
ଏଥିରେ ଉପସ୍ଥିତ ଥିଲେ ମନୋଜ କୁମାର ସାହୁ ,ବିଭୂପ୍ରସାଦ ମିଶ୍ର ,ବିନୋଦିନୀ ମହାନ୍ତି , ଓଡଗାଁ ବ୍ଲକ ସଭାପତି ପୁର୍ଣ ଚନ୍ଦ୍ର ନାୟକ, ସତ୍ୟରଞ୍ଜନ ମତ୍ତା,ବସନ୍ତ ମହାରଣା ,ବସନ୍ତ କର ,ପୀତବାସ ଖୁଣ୍ଟିଆ,ଶରଣକୁଳ ସମିତି ସଭ୍ୟ   ପ୍ରତୀକ ମହାପାତ୍ର ,ବାଳକୃଷ୍ଣ ଷଡ଼ଙ୍ଗୀ ,ମିର ଅଵୁବକର ଶିଧିକ ,ସୁକାନ୍ତ ଶତପଥି ,ପ୍ରକାଶ ଚନ୍ଦ୍ର ନାୟକ,ଦଳିତ ସଭାପତି ଉପେନ୍ଦ୍ର ବେହେରା ,ଆମଜାତ ଖାନ,  ଆଲୋକ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରତାପ ପ୍ରଧାନ ଏବଂ ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ଧନ୍ୟବାଦ  ଦେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital