ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ପଣ୍ଡା, ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସତ୍ୟଜିତ କର, ସିଡିଏମଓ ଡ଼. ସୁଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ସ୍ବଦେଶ ମିଶ୍ର, ସହ ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱେଶ ରଞ୍ଜନ ମହାପାତ୍ରଙ୍କ ସମେତ ସଙ୍ଘ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ଗଣ, ରୋଟାରୀ କ୍ଲବ ଏକ୍ସଏଲେନ୍ସୀ ସଭାପତି ରୋଟାରୀଆନ ପ୍ରମୋଦ ପଟ୍ଟନାୟକ, କେସି କ୍ଲବ ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ ଗୁମାନସିଂ, ଉପସଭାପତି ଭବାନୀ ଶଙ୍କର ଦାସ, ନୟାଗଡ ପୌରପାଳିକା ଉପ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ବିଭିନ୍ନ ପ୍ରକାର ଫଳ ଗଛ ଚାରା ରୋପଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital