ରାୟଗଡ଼ :-ତା. ୧୪/୧୦/୨୫-ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି, ଭl. ପ୍ର.ସେ.ଙ୍କ ଅଧ୍ୟକ୍ଷତlରେ ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ, ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା, ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଶିଳ୍ପ ସଂସ୍ଥା ମାନଙ୍କ ତରଫରୁ ପ୍ରାପ୍ତ ପରିପlର୍ଷିକ ଉନ୍ନୟନ ପାଣ୍ଠି ଜିଲ୍ଲା ଅଂଶର ବିନିଯୋଗ ଉପରେ ଆଲୋଚନା କରିଥିଲେ l ଖଣୀ ଖାଦାନ ଦ୍ୱାରା ପ୍ରଭାବିତ ଲୋକଙ୍କର ବିକାଶ ନିମନ୍ତେ ପାଣ୍ଠି ବିନିଯୋଗ କରିବା,ରାୟଗଡ଼ ଜିଲ୍ଲାରେ ଖଣୀ ଖାଦାନ ଓ କାରଖାନା ଯୋଗୁଁ ପରିବେଶ, ସ୍ୱାସ୍ଥ୍ୟ ଓ ସାମାଜିକ ଆର୍ଥିକ ପ୍ରଭାବିତ ଅଂଚଳରେ ଲୋକଙ୍କ ଦୀର୍ଘ ମିଆଦି ସ୍ଥାୟୀ ଜୀବନଜୀବିକା ଦୀର୍ଘ ମିଆଦି ପ୍ରକଳ୍ପ କାର୍ଯ୍ୟକ୍ରମ କାର୍ଯ୍ୟକlରୀ କରି ବିଶେଷ ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ଦୁରକରିବା କରିବା ଜିମନ୍ତେ ଉଦୁଷ୍ଟ l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଭାବିତ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରlଯିବ lଏହି ବୈଠକରେ ମାନ୍ୟବର ସାଂସଦ ଜିଲ୍ଲା ଖଣିଜ ପାଣ୍ଠି ପ୍ରଭାବିତ ଅଂଚଳର ଲୋକଙ୍କ ବିକାଶ ନିମନ୍ତେ ସଦୁପଯୋଗ କରିବାକୁ କହିଥିଲେ ଓ ବିନିଯୋଗ ବିବରଣୀ ପ୍ରାଦlନ କଲେ ଆମେ ସେଠାକୁ ଯାଇ ଆବୁଧ୍ୟାନ କରିବୁ ବୋଲି କହିଥିଲେ l ସେହିପରି ମାନ୍ୟବର ବିଧାୟକ ୨୦୨୨-୨୩ର ବିନିଯୋଗ ବିବରଣୀ ଉପସ୍ଥାପନା କରିବାକୁ କହିଥିଲେ l ତଟା ସାହିରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଟ୍ରାଫିକ ଜlମ ହେଉଛି ଯଦି ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଆମ୍ବୁଲାନ୍ସ ସେବା ବଦା ପ୍ରାପ୍ତ ହେଉଥିବା କଥା ପ୍ରକାଶ କରି ଗୋଟିଏ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ l ସେହି ଅଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିନିଯୋଗ କରିବାକୁ କହିଥିଲେ l ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ବାର୍ଷିକ ଯୋଜନା ଓ ପଞ୍ଚ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲା ଗତ ୨୦୧୫ ମସିହାରୁ ଏଯାଏଁ ୪୨୦କୋଟି ଖଣିଜ ପାଣ୍ଠି ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଜିଲ୍ଲାକୁ ମିଳିଛି l ସେଥିରୁ ଆସନ୍ତା ବର୍ଷ ମାଙ୍କରେ ୧୩୬କୋଟି ଟଙ୍କlର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବା ନିମନ୍ତେ ପଦ୍ଧକ୍ଷେପ ନିଆଯିବ lଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଅହ୍ନା ସାହେବ ଓହଲେ, ସିଡିଏମଓ ଡା. ବି. ସରୋଜିନୀ ଦେବୀ, ଖଣୀ ଉପନିର୍ଦ୍ଧେଶକ କୋରାପୁଟ, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ଶ୍ରୀ ଆମ୍ଭିକେୟ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଗୁଣୁପୁର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥା, ରାୟଗଡ଼, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ସଦସ୍ୟ ପିଲକୁ ମାଝୀ, ସଦସ୍ୟା ରୁଆଡେଇ ମାଝୀ, ସୁରେନ୍ଦରୀ ମାଝୀ, ଅନି ମାଝୀ ଆଦି ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ l
