ଜିଲ୍ଲା ଲାଇବ୍ରେରୀ ‘ଅଧ୍ୟୟନ’ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ବଧାଦେବ ସିଂ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦକ୍ଷିଣକାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତଚିତ୍ର ଦ୍ବାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ପାଠାଗାର ନିର୍ମାଣ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନୟାଗଡ଼ ଟାଉନ ହଲ୍‌କୁ ରୂପାନ୍ତରିତ କରାଯାଇ ପାଠାଗାର ନିର୍ମାଣ କରାଯାଇଛି । ପାଠାଗାରକୁ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପୌର ପରିଷଦ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  ଜଣେ ଲାଇବ୍ରେରୀଆନ୍ ସହ ପୌର ପରିଷଦ କିଛି କର୍ମଚାରୀ ଏହି ଦାୟିତ୍ବରେ ରହିଛନ୍ତି । ଏହା ସହିତ ଗୋଟିଏ ମିଶନ ଶକ୍ତି ଗୋଷ୍ଠୀକୁ ଏହାର ଦାୟିତ୍ବ ପ୍ରଦାନ କରାଯାଇଛି । ପାଠାଗାର ପରିବେଶରକୁ ସ୍ଵଚ୍ଛ ରଖିବା ଏବଂ ସମସ୍ତ ଉପକରଣ ରକ୍ଷଣାବେକ୍ଷଣ କରିବା ପାଇଁ ଏହି ଏସଏଜି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ