ଜିଲ୍ଳାପାଳଙ୍କୁ ଭେଟିଲା ପ୍ରେସ ଏଣ୍ଡ ମିଡିଆ ୱେଲଫେୟର ଆସୋସିଏସନ।ଚିକିତ୍ସାଧୀନ ମହିଳା ସାମ୍ବାଦିକାଙ୍କୁ ଆର୍ଥିକ ସହାୟତା ପାଇଁ ଆଲୋଚନା


ସରକାରୀ ସହାୟତା ପ୍ରଦାନର ପ୍ରତିଶୃତି ଦେଲେ ଜିଲ୍ଳାପାଳ
ରାୟଗଡ଼ 28/11/ 2025 : ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଳା କୁଚିଣ୍ଡାକୁ ବରଯାତ୍ରୀରେ ଯାଇ ସଡକ ଦୁର୍ଘଟଣାର ଶୀକାର ହୋଇ ବିଶାଖାପାଟଣମରେ ଚିକିତ୍ସାଧୀନ ହେଉଥିବା ରାୟଗଡ଼ାର ଜଣେ ୱେବ ମିଡିଆ ସାମ୍ବାଦିକା ସୁପ୍ରିୟା ଷଡଙ୍ଗୀଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆଜି ପ୍ରେସ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ,ଓଡିଶା,ରାୟଗଡ଼ା ଜିଲ୍ଳାର ସଦସ୍ୟମାନେ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି । ଏ ନେଇ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଯାହା ସମ୍ଭବ ହୋଇପାରିବ ସେ ନେଇ ସାହାର୍ଯ୍ୟ ଯୋଗାଇବେ ବୋଲି କହିଛନ୍ତି । ପ୍ରକାଶ ଥାଉ କି,ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଠାରେ ରାୟଗଡ଼ାର ଯୁବ ସାମ୍ବାଦିକ ଗୋପୀନାଥ ଗୈାଡଙ୍କ ବିବାହ ପାଇଁ ସୁପ୍ରିୟାଙ୍କ ସମେତ ଅନ୍ୟମାନେ ବରଯାତ୍ରୀରେ ଯାଇଥିଲେ । ସେଠାରୁ ସଂଧ୍ୟା ସମୟରେ ବୋଲେରୋ ଗାଡିରେ ଫେରୁଥିବା ବେଳେ କତରଭଗା ଥାନା ଅନ୍ତର୍ଗତ ନୂଆମୁଣ୍ଡା ବୁଲାଣି ଠାରେ ଭାରସାମ୍ୟ ହରାଇ ଗାଡିଟି ଏକ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୋପୀନାଥଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୁପ୍ରିୟାଙ୍କ ବାମ ଗୋଡ ଭାଙ୍ଗିଯିବା ସହ ଶରୀରର ଅନ୍ୟ ସ୍ଥାନରେ ଅଧିକ ଆହାତ ହୋଇଥିଲା । ଏଥିରେ ୪ଜଣ ଆହାତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପଂହଚି ଆହାତମାନଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥିତ ଭିମସାର ମେଡିକଲରେ ଭର୍ତି କରାଇଥିଲେ । ସେଠାରେ ସୁପ୍ରି୍ରୟା ଚେତାଶୂନ୍ୟ ହୋଇ ରହିଥିବା ବେଳେ ପ୍ରାଥିମକ ଚିକିତ୍ସା ପରେ ତାଙ୍କ ବନ୍ଧୁମାନଙ୍କ ନିଷ୍ପତି କ୍ରମେ ତାଙ୍କୁ ବିଶାଖାପାଟଣମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ତାଙ୍କୁ ବିଶାଖାପଟଣମ ସ୍ଥିତ ପଲସ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଉଚ୍ଚ ଚିକିତ୍ସା ନିମନ୍ତେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡୁଥିବାରୁ ରାୟଗଡ଼ା ପ୍ରେସ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ପକ୍ଷରୁ ଆଥିର୍କ ସହାୟତା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି । ଆଜି ଆସୋସିଏସନର ଉପଦେଷ୍ଠା କମିଟି ସଦସ୍ୟ ତ୍ରିନାଥ ଖାଡଙ୍ଗା,ଖଗେଶ୍ୱର ସିଂ ପ୍ରମୁଖ ସୁପ୍ରିୟା ଏବଂ ଆହାତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ଶକ୍ତି ଦାସଙ୍କୁ ଭେଟିଛନ୍ତି । ସେହିପରି ସୁପ୍ରିୟାଙ୍କ ଚିିକିତ୍ସା ସେବାରେ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ରାୟଗଡ଼ା ଜିଲ୍ଳା ବିଜେପି ସଭାପତି ଗୋପୀ ଆନନ୍ଦ ଏ ନେଇ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ପିଭିଏନ ମାଧବ,ବିଶାଖାପାଟଣମ ଜିଲ୍ଳା ବିଜେପି ସଭାପତି ପରଶୁରାମ ରାଜୁ ଏବଂ ପଲସ ହସ୍ପିଟାଲ ଏମଡି ଅଶୋକ ଚର୍କବର୍ତୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ସହ ସହଯୋଗ ପ୍ରଦାନ ପାଇଁ ଚିିଠି ଲେଖିଛନ୍ତି । ଆଜି ଜିଲ୍ଳାପାଳଙ୍କୁ ଭେଟିବା ସମୟରେ ଆସୋସିଏସନର କମିଟି ସଦସ୍ୟ ଶିବ ନାରାୟଣ ଗଉଡ,ଶିବାଜୀ ଦାସ,ତୁଷାର ରଂଜନ ସାହୁ,ସୁବ୍ରତ ଚୈାଧୁରୀ,ସୁଶାନ୍ତ ପ୍ରଧାନ,ଆଶିଷ ରଂଜନ ପଣ୍ଡା,ଅମୂଲ୍ୟ ନିଶାଙ୍କ,ଗୋପାଳ ଅଧିକାରୀ,ମନରଂଜନ,ଦୁର୍ଗା ପ୍ରସାଦ ପାଢୀ,ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଅଧିକ ପଢନ୍ତୁ