ଜୁନ୍ ୨୩ରେ ହେବ ପଞ୍ଚାୟତ ଉପ ନିର୍ବାଚନ ।

ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍‌ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ହେବ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ମେଂ ୨୨ ରେ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ ଜାରି ହେବ। ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ୨୪ ତାରିଖ ସକାଳ ୮ରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।

ଅଧିକ ପଢନ୍ତୁ

kc ads