ଜୁଲାଇ ୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଜୁଲାଇ ୧ରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମଙ୍ଗଳବାର ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ରେ ପରୀକ୍ଷା। ତେବେ କେବଳ ପରୀକ୍ଷା ପାଇଁ ସମୟ ସାଢ଼େ ୯ରୁ ୧୧ଟା ୪୫ ରଖାଯାଇଛି। । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା ହେଉଥିବା ବେଳେ ଗୋଟିଏ ସିଟିଂରେ ପରୀକ୍ଷା ହେବ । ଜୁଲାଇ 4ତାରିଖରେ ଗଣିତ ହେବାକୁ ଥିବାବେଳେ ସେଥିପାଇଁ 15 ମିନିଟ ଅଧିକ ସମୟ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କଳୀଙ୍ଗ ଟିଭିକୁ ସୂଚନା ଦେଇଛନ୍ତି । ତେବେ ମେ ୨ ତାରିଖରେ ପ୍ରକାଶ ପାଇଥିଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ।ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି ।

ଅଧିକ ପଢନ୍ତୁ

kc ads