ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ।

ଏବେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଭଡା ପ୍ରତି କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇବ। ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି ଏସି ୨-ସ୍ତରୀୟ, ଏସି ୩-ସ୍ତରୀୟ) ପ୍ରତି କିଲୋମିଟର ପିଛା ୨ ପଇସା ଅଧିକ ଦେବାକୁ ପଡିବ। ଖୁସିର କଥା ହେଉଛି ସେକେଣ୍ଡକ୍ଲାସରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ପ୍ରକାର ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ପ୍ରତି କିଲୋମିଟର ପିଛା ଯାତ୍ରୀଙ୍କୁ ଅଧ ପଇସା ଅତିରିକ୍ତ ଦେବାକୁ ପଡିବ।ସହରାଞ୍ଚଳ (ଉପନଗର) ଟ୍ରେନ୍ ଏବଂ ମାସିକ ସିଜିନ୍ ଟିକେଟ୍ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯାହା ଦୈନିକ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେବ।

ଅଧିକ ପଢନ୍ତୁ

kc ads