ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ସତ କଥା

ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଯାୟୀ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା।ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଡ୍ରାଇଭର ନୃସିଂହ କହିଛନ୍ତି, ସାର୍‌ଙ୍କ ବାବଦରେ ସିବିଆଇ ପଚାରିଲେ ।

ଡ୍ୟୁଟି ପରେ କେଉଁଆଡେ ଯାଆନ୍ତି, କାହା ସହ ମିଶନ୍ତି ଏସବୁ ପ୍ରଶ୍ନ କଲେ ବୋଲି ସେ କହିଛନ୍ତି । ଗତ ୭ ତାରିଖ ସନ୍ଧ୍ୟାରେ ବିଷ୍ଣୁପଦ କେଉଁଠାରେ ଥିଲେ ସେ ବାବଦରେ ମଧ୍ୟ ସବିଆଇ ପଚାରିଥିବା ବେଳେ ଯାହା ଜାଣିଥିଲି ତାହାର ଉତ୍ତର ରଖିଲି ବୋଲି କହିଛନ୍ତି ଡ୍ରାଇଭର । ଏତିସହିତ ତାଙ୍କର ଏ ଘଟଣାରେ କୌଣସି ସଂପୃକ୍ତି ନାହିଁ ବୋଲି ସେ ସ୍ବଷ୍ଟ କରିଛନ୍ତି । ତାଙ୍କ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ନେଇ ସୂଚନା ଦେଇଛନ୍ତି ।ସେ କହିଲେ ଏ ବାବଦରେ ମୋ’ର କୌଣସି ସମ୍ପୃକ୍ତି ନାହିଁ। ଯାହା ଜାଣିଥିଲି ତାହା କହିଲି ବୋଲି ନୃସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅଧିକ ପଢନ୍ତୁ

kc ads