ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣାରେ ତେଜୁଛି ବିବାଦ । ପୂର୍ବତନ ଜେଲର ଓ ବର୍ତ୍ତମାନର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟା ଯୁଦ୍ଧ । ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳ, ପୂର୍ବତନ ଜେଲର ସନ୍ତୋସିନୀ ଦାସଙ୍କ ବିରୋଧରେ ଚୌଦ୍ଵାର ଥାନାରେ ଆଜି ପାଲଟା ଏତଲା ଦେଇଛନ୍ତି । ଏତଲାରେ ପୂର୍ବତନ ଜେଲର ତଥା କଣ୍ଟାବାଞ୍ଜି ଜେଲର ବର୍ତ୍ତମାନ ଜେଲର ସନ୍ତୋଷିନୀ ଦାସ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି କହିଛନ୍ତି । ସରକାରୀ ରେକର୍ଡରେ ଜାଲିୟାତି ହୋଇନାହିଁ ବୋଲି ସେ କହିଛନ୍ତି ।ଏହାସହ ସନ୍ତୋଷିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାଇଛନ୍ତି ।ପୁଲିସ ତଦନ୍ତ କରୁଛି, ସତ ସାମ୍ନାକୁ ଆସିବ ବୋଲି ଅଧିକ୍ଷକ ରାଉଳ ପ୍ରତିକ୍ରିୟା ରଖିଛନ୍ତି ।
