ବହୁ ଚର୍ଚ୍ଚିତ ନୀଳ ଡ୍ରମରେ ସ୍ୱାମୀକୁ ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା । ଘଟଣାରେ ପୁଣି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ପାଇଁ ଜେଲରେ ଥିବା ମୁସକାନ ଏବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ବିଷୟରେ ଜାଣିବା ପରେ, ସହ-ଅଭିଯୁକ୍ତ ସାହିଲ୍ ସକାଳେ ଜେଲ ପ୍ରଶାସନକୁ ପଚାରିଥିଲେ ଯେ ମୁସ୍କାନ ପୁଅ ଜନ୍ମ କରିଛନ୍ତି କି ଝିଅ ଜନ୍ମ କରିଛନ୍ତି। ଅନେକ ଲୋକ ଅନୁମାନ କରୁଛନ୍ତି ଯେ ସାହିଲ୍ ନବଜାତ ଶିଶୁର ପିତା କି? ତଥାପି, ଅଧିକାରୀମାନେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଡିଏନଏ ପରୀକ୍ଷା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ। ଏହା ପୂର୍ବରୁ କୌଣସି ନିଷ୍କର୍ଷ ବାହାର କରିବା ଅନୁଚିତ।ମୁସକାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, କିନ୍ତୁ କେହିବି ଡାକ୍ତରଖାନାକୁ ଆସିନାହାଁନ୍ତି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାର ମୁଖ୍ୟ ଫାଟକ ଓ ୱାର୍ଡ ଚାରିପଟେ ପୋଲିସ ମୁତୟନ ବୃଦ୍ଧି କରାଯାଇଛି।ଅଭିଯୋଗ ଅନୁଯାୟୀ, ସେମାନେ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ। ପୋଲିସର କହିବାନୁଯାୟୀ, ପ୍ରେମ ସମ୍ପର୍କରେ ସୌରଭ ବାଧା ସୃଷ୍ଟି କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ସାହିଲ ମାର୍ଚ୍ଚ ୧୮ ତାରିଖରେ ଗିରଫ ହୋଇଥିଲେ।
