ଜେଲ୍‌ ଗଲେ ବବି ଦାସଙ୍କ ଭାଇ

ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଆଜି ସକାଳେ ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଥିଲା। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା। ସୂଚନା ଅନୁଯାୟୀ, ଭବପ୍ରସାଦ ଦାସ ଟାଉନ ବିରଜା ହାଟରେ ମଦନ ନାୟକ ନାମଙ୍କ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ବିକ୍ରି ପାଇଁ ରଖିଥିବା ତାଙ୍କ ପରିବାକୁ ଫିଙ୍ଗି ଦେଇଥିଲେ । ଏନେଇ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ମଦନଙ୍କ ଅଭିଯୋଗ ଆଧାରରେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଭବପ୍ରସାଦ ଦାସଙ୍କୁ ଉଠାଇ ନେଇ ଅଟକ ରଖିଛି । ତାଙ୍କରେ ନାଁରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital