ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବ୍ରାହଣୀ ତରଙ୍ଗ ଥାନା ଭାଲୁପୁତ୍ର ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ୨୦୨୪ ଡିସେମ୍ବର ମାସରେ ଜେଲରୁ ବାହାରିଥିଲା । ନିଜ ପୁଅ ଗାଁ ଲୋକଙ୍କ ଭଲ ସଂପର୍କରେ ନଥିଲା କାନ୍ତି କୁମାର । ଆଜି ସକାଳୁ ସେ ଗାଁ ରାସ୍ତାରେ ଯାଉଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ପୁଅ । ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା ।
ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମୃତକର ପରିଚୟ ଭାଲୁପତ୍ରା ଗାଁର ବୋଲି ଜାଣିବାକୁ ପାଇଥିଲା । ଖବର ଅନୁଯାୟୀ, ମୃତକ କ୍ରାନ୍ତି ବର୍ମା ନିଜ ସ୍ତ୍ରୀକୁ ହତ୍ୟା କରିଥିଲେ । ଯାହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଉ ଏବେ ଜେଲ୍ରେ ଫେରିଥିଲେ କ୍ରାନ୍ତି ବର୍ମା । ହେଲେ ପୁଅ ମନରୁ ଲିଭିନଥିଲା ପ୍ରତିଶୋଧର ନିଆଁ । ମାଆକୁ ହତ୍ୟା କରିଥିବା ରାଗ ପୁଅ ମନରେ କୁହୁଥିଲା । ଯାହାର ପରିଣତି ହେଉଛି, ଏବେ ଜେଲ୍ ଫେରନ୍ତା ବାପାକୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ପୁଅ ବିଷ୍ଣୁ ବର୍ମାଙ୍କୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।