ଜୈବିକ କପା ଚାଷ ଭିତିକ କୃଷି ବନୀକରଣ ତାଲିମ୍ ଶିବିର

ପାଟଣାଗଡ( ଜଗଦିଶ ଭୋଇ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଉଡାର ଠାରେ ବିଶ୍ଵ କୃଷି ବନୀକରଣ ଦ୍ଵାରା ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବେଲପଡ଼ା ବ୍ଲକ ର ବାଗଉଡ଼ାର ,ଯୁବା, ପଣ୍ଡାରିଜୋର୍ , ବିଲେଇମରା, ସେମେଲପାଳି ର ସତାଧିକା ଚାଷୀ ଯୋଗ ଦେଇଥିଲେ l ଏହି ତାଲିମ୍ ଶିବିରକୁ ଡ ଶିବ କୁମାର ଧାନି ଏବଂ ଡ଼ ଅନିଲ ହସନ୍ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ବା ବନୀକରଣ ପ୍ରକଳ୍ପ ନୂଆ ଦିଲ୍ଲୀ ର ଗବେଷକ ବୈଜ୍ଞାନିକ ଡଃ ଅର୍ଚନା ସିଂ କୃଷକ ମାନଙ୍କୁ ଜୈବିକ କପା ଚାଷ ସହିତ କୃଷି ବନୀକରଣ ଓ ବିଭିଦତା ର ଉପକାରିତା ଆଲୋକପାତ କରିଥିଲେ l କୃଷି ବୈଜ୍ଞାନିକ କେନ୍ଦ୍ର ବଲାଙ୍ଗୀର ର ବୈଜ୍ଞାନିକ ସାଗରିକା ମୁନା ଗାଁ ସ୍ତରରେ ପୋଷଣ ବଗିଚା ଓ ସମନ୍ନିତ କୃଷି ପରିଚାଳନା ବିଷୟରେ ଆଲୋକପାତ କରିଥିଲେ l ଓଡିଶା କୃଷି ବିଶ୍ୱବିଦ୍ୟାଳୟ ବନୀକରଣ ବିଭାଗ ର ବରିଷ୍ଠ ବୈଜ୍ଞାନିକ ଡଃ ସୁବାଷ୍ ଚନ୍ଦ୍ର ମହାପାତ୍ର କୃଷି ବନୀକରଣ ଦ୍ୱାରା ଚାଷୀମାନେ କିପରି ଆର୍ଥିକ ଉନ୍ନତି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଜଳ ବିଭାଜିକା ମିସନ୍ ର ବଲାଙ୍ଗୀର ର ପୂର୍ବତନ ପ୍ରକଲ୍ପ ଅଧିକାରୀ ସୋମନାଥ ସାହୁ ଚାଷି ମାନଙ୍କୁ ଜଳବିଭାଜିକା ର ସୁପରିଚାଳନା ଦ୍ୱାରା ଚାଷୀ ସ୍ୱାବଲମ୍ବୀ ବିଷୟରେ ବକ୍ତବ୍ୟ ରଖିଥିଲେ l ଏହି କୃଷି ବନୀକରଣ ର ସ୍ଥାନୀୟ ଅଧିକାରୀ. ବଦ୍ରିନାରାୟଣ ସାହୁ ପରିଚାଳନା କରିଥିଲେ l ଏବଂ ଅନ୍ୟ ଅଧିକାରୀ ସଦାଶିବ ସାହୁ ସୌମ୍ୟ ରଞ୍ଜନ ଓ ବନୀକରଣ ବିଭାଗ ର ସଦସ୍ୟମାନେ ସହଯୋଗ କରିଥିଲେ l

ଅଧିକ ପଢନ୍ତୁ