ଜୋତା ଫିଙ୍ଗିବା ଘଟଣା: ଓକିଲଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କହିଲେ ମୁଖ୍ୟ ବିଚାରପତି

ଆଜି ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କୋର୍ଟ ଚାଲିଥିବା ବେଳେ ପ୍ରଧାନ ବିଚାରପତିଙ୍କ ଉପରେ ଓକିଲ ପୋଷାକ ପନ୍ଧିଥିବା ଜଣେ ବ୍ୟକ୍ତି କିଛି ଜିନିଷ ଫିଙ୍ଗିବାକୁ ଚେଷ୍ଟା କରିଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ସୁରକ୍ଷାକର୍ମୀ କାବୁ କରିନେଇଛନ୍ତି । ଏଥିପାଇଁ କିଛି ମିନିଟ୍ ଲାଗି କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାକୁ ଆଇନଜୀବୀମାନେ ନିନ୍ଦା କରିଛନ୍ତି ।ଉଲ୍ଲେଖଯୋଗ୍ୟ, ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ। ସେ ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଜୋତାଟି ବି.ଆର. ଗଭାଇଙ୍କ ଟେବୁଲରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଓକିଲଙ୍କୁ ତୁରନ୍ତ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ କୋର୍ଟରୁମ୍‌ରୁ ବାହାରକୁ ନିଆଯାଉଥିବା ବେଳେ ସେ କହିଥିଲେ, “ସନାତନର ଅପମାନ ସହିବୁ ନାହିଁ।” ତେବେ ଏଭଳି ସେ କାହିଁକି କହିଥିଲେ, ତାହା ସାମ୍ନାକୁ ଆସିନାହିଁ। ଜଷ୍ଟିସ ଗଭାଇ ସମଗ୍ର ଘଟଣା ଘଟିବା ସମୟରେ ଶାନ୍ତ ରହିଥିଲେ ଏବଂ କୋର୍ଟ କାର୍ଯ୍ୟ ଯଥାରୀତି ଜାରି ରହିଥିଲା। ଘଟଣା ଘଟିବା ପରେ ସେ କହିଥିଲେ ଯେ, “ଏହି ଜିନିଷଗୁଡ଼ିକ ମୋ ଉପରେ ପ୍ରଭାବ ପକାଏ ନାହିଁ।”ପୂର୍ବରୁ ଏକ ମାମଲାରେ ଜଷ୍ଟିସ ଗବାଇଙ୍କ ମନ୍ତବ୍ୟକୁ ନେଇ ଆଜି ଏପରି ଘଟିଥିବା ମନେ କରାଯାଉଛି । ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ଏକ ଭଙ୍ଗା ମୂର୍ତ୍ତିର ପୁନଃନିର୍ମାଣ ପାଇଁ ହୋଇଥିବା ମାମଲାରେ ଜଷ୍ଟିସ୍ ଗବାଇ କହିଥିଲେ ଯେ, ତୁମ ଭଗବାନଙ୍କୁ କୁହ । ପରେ ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି ବୋଲି ଜଷ୍ଟିସ ଗବାଇ ସ୍ପଷ୍ଟୀକରଣ ଦେଇଥିଲେ ବି ଏହି ଆକ୍ରମଣ ପଛରେ ଆକ୍ରୋଶ ରହିଛି ବୋଲି ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ

Odisha Darpan Digital