ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଜୋହନ୍ସବର୍ଗ ପହଞ୍ଚିଥିବା ବେଳେ ସେଠାରେ ଲୋକେ ତାଙ୍କୁ ଆଣ୍ଠେଇ ପଡି ମୁଣ୍ଡିଆମାରି ସ୍ୱାଗତ କରିଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ମୁଣ୍ଡିଆମାରି ଅତିଥିଙ୍କୁ ସ୍ୱାଗତ କରିବା ଭାରତୀୟ ପରମ୍ପରାରେ ରହିଛି। ଏହି ସଂସ୍କୃତି ଅନୁକରଣରେ ପ୍ରଧାମନ୍ତ୍ରୀଙ୍କୁ ଦକ୍ଷିଣ ଆଫ୍ରିକାରେ ସ୍ୱାଗତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନଇଁକି ନମସ୍କାର କରି ଅଭିବାଦନ ଗ୍ରହଣ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା G20 ଶିଖର ସମ୍ମିଳନୀର ତିନୋଟି ଅଧିବେଶନକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି । ସେହି ଅଧିବେଶନଗୁଡିକ ହେଉଛି:-
ଆର୍ଥିକ ବିକାଶ : ଆମର ଅର୍ଥନୀତି ନିର୍ମାଣ, ବାଣିଜ୍ୟର ଭୂମିକା, ବିକାଶ ପାଇଁ ଆର୍ଥିକ ସହାୟତା ଏବଂ ଋଣର ବୋଝ
ଏକ ଗତିଶୀଳ ବିଶ୍ୱ – G20 ଅବଦାନ: ବିପର୍ଯ୍ୟୟ ବିପଦ ହ୍ରାସ, ଜଳବାୟୁ ପରିବର୍ତ୍ତନ, କେବଳ ଶକ୍ତି ପରିବର୍ତ୍ତନ, ଖାଦ୍ୟ ବ୍ୟବସ୍ଥା
ନିରପେକ୍ଷ ଏବଂ ନ୍ୟାୟୋଚିତ ଭବିଷ୍ୟତ : ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉତ୍କୃଷ୍ଟ କାର୍ଯ୍ୟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି
