ଜ୍ବାଇଁ ପ୍ରେମରେ ପାଗଳ ଶାଶୁ, ସ୍ବାମୀକୁ ଛାଡ଼ି ଛୁ’

ଝାଡ଼ଖଣ୍ଡର ଦୁମକାରୁ ଆସିଛି ଏମିତି ଏକ ପ୍ରେମ କାହାଣୀ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସରିଆହାଟ ଥାନା ଅଞ୍ଚଳର ମଥାକେସୋ ଗ୍ରାମର ବାସିନ୍ଦା ସିକନ୍ଦର ମଣ୍ଡଳଙ୍କ ସ୍ତ୍ରୀ କୃପା କୁମାରୀ ତାଙ୍କ ଜ୍ୱାଇଁ ବିଜୟ କୁମାର ସାହାଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ।କୃପା କୁମାରୀ ମାର୍ଚ୍ଚ ୫ରେ ବୁଲିବାକୁ ଯିବା ବାହାନାରେ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ କୌଣସି ସୁରାକ ନ ମିଳିବାରୁ ତାଙ୍କ ସ୍ବାମୀ ମାର୍ଚ୍ଚ ୧୦ରେ ସରିଆହାଟ ଥାନାରେ ଅଭିଯୋଗ କରିଥିଲେ।ମାମଲାର ତଦନ୍ତ କରୁଥିବା ଏଏସ୍‌ଆଇ ଜୟ ପ୍ରକାଶ ତିଓ୍ବାରୀ ମୋବାଇଲ ଲୋକେସନ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଥିଲେ। ଟେକ୍ନିକାଲ ତଦନ୍ତ ଦ୍ୱାରା ଫେରାର ଦମ୍ପତି ହରିୟାଣାର ଗୁରୁଗ୍ରାମରେ ଥିବା ଚିହ୍ନଟ କରାଯାଇଥିଲା।ଝାଡ଼ଖଣ୍ଡ ପୋଲିସ ହରିୟାଣା ପୋଲିସର ସହାୟତାରେ ଗୁରୁଗ୍ରାମରେ ଚଢ଼ାଉ କରି ଲଭବାର୍ଡ ଶାଶୁ-ଜ୍ବାଇଁଙ୍କୁ କାବୁ କରିଥିଲା। ତେବେ ଥାନାରେ ଶାଶୁଙ୍କ ବୟାନ ଶୁଣି ପୋଲିସ ସମେତ ପରିବାର ଲୋକଙ୍କ ହୋସ୍ ଉଡ଼ିଯାଇଛି। କୃପା କୁମାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ନିଜ ଜ୍ବାଇଁଙ୍କ ସହ ଯାଇଥିଲେ। ଏହି କଥା ଶୁଣିବା ପରେ ସ୍ୱାମୀ ସିକନ୍ଦରଙ୍କ ସମାଜରେ ନାକ କଟିବା ଭଳି ଅବସ୍ଥା ହୋଇଛି।ପ୍ରେମରେ ପାଗଳ ଏହି ଶାଶୁ-ଜୁଆଇଁଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଅଧିକ ପଢନ୍ତୁ