ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା । ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ । ସେ ଜ୍ୟୋତିଙ୍କୁ କେବଳ ବ୍ଲଗର ଭାବେ ଜାଣିଥିଲେ । ସୂଚନାମୁତାବକ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି। ଯାଞ୍ଚବେଳେ ତାଙ୍କ କଲ୍ ଡିଟେଲସରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ସମ୍ପର୍କ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ ନଓ୍ବାଜ ସରିଫଙ୍କ ସହ ଜ୍ୟୋତି ମାଲହୋତ୍ରଙ୍କ ବେଶ୍ ଭଲ ସମ୍ପର୍କ ରଖିଥିଲେ । ୨୦୨୪ରେ ମାତ୍ର ୨ ମାସ ଭିତରେ ପ୍ରଥମେ ପାକିସ୍ତାନ ଓ ପରେ ଚୀନ ଯାତ୍ରାକୁ ନେଇ ସୁରକ୍ଷା ଏଜେନ୍ସିର ସନ୍ଦେହ ଘେରକୁ ଆସିଥିଲେ ଟ୍ରାଭେଲ୍ ଭ୍ଲଗର।
ତେବେ ଜ୍ୟୋତି ମାଲହୋତ୍ରାଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ପୁରୀର ମହିଳା ୟୁଟ୍ୟୁବର ଜ୍ୟୋତିଙ୍କୁ ମାରାଥନ ଜେରା କରୁଛି ଓଡ଼ିଶା ପୋଲିସ।