ଜୟଦେବ ବିହାର ଏବଂ ଏଜି ଛକରେ ଲାଗିବ ଏୟାର ପ୍ୟୁରିଫାୟର୍

ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି। ଏପଟେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ ।ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍‌ସି । ରବିବାର ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି ।ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ । ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ