ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।ଏହାଫଳରେ ଏଣିକି ଆୟୋଗଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ଲିଖିତ ପରୀକ୍ଷା କେନ୍ଦ୍ର ରାଜ୍ୟର ୫ଟି ପରିବର୍ତ୍ତେ ୬ଟି ଜୋନରେ ହେବ ।ପୂର୍ବରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ହେଉଥିଲା |

ଅଧିକ ପଢନ୍ତୁ

Odisha Darpan Digital